ଡେରାଡୁନ୍,୭।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅଧୀନ ଜୋଷୀମଠ ଅଞ୍ଚଳ ଦବୁଥିବାରୁ ଶତାଧିକ ଘର ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଫଳରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଭୂସ୍ଖଳନ ଯୋଗୁ ଏକ ବିଲ୍ଡିଂ ଢଳିପଡ଼ିଥିବା ବେଳେ ସିଙ୍ଗଧରଠାରେ ଥିବା ଏକ ମନ୍ଦିର ମଧ୍ୟ ଭୁଶୁଡ଼ି ପଡ଼ିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ଅନୁଧ୍ୟାନ କରିବା ପରେ ବିପଦସଙ୍କୁଳ ଘରେ ରହିଥିବା ୬୦୦ ପରିବାରକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଧାମି ଚାମୋଲି ଯାଇ ଜୋଷୀମଠ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ।