ନୂଆଦିଲ୍ଲୀ,୨୮ ।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ ସ୍ଥିତି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)କୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡା. ଏନ୍.ଏସ୍. ବିସ୍ତଙ୍କ ସୂଚନା ଅନୁଯାୟୀ ତାଙ୍କ ଛାତିରେ ଇନଫେକ୍ସନ ବା ସଂକ୍ରମଣ ଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯଇଛି । ସୂଚନାଯୋଗ୍ୟ, ଡିସେମ୍ବର ୧୮ରେ ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କୁ ଡେରାଡୁନର ଡୁନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏବେ ଏହା ସାମାନ୍ୟ ବଢି ଯିବାରୁ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଛି ।