Categories: ଜାତୀୟ

ପୁଷ୍କର ସିଂ ଧାମି ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭାଜପାରେ ଫାଟ!

ଡେରାଡୁନ,୪।୭: ଉତ୍ତରାଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୁଷ୍କର ସିଂ ଧାମି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଆଜି ସାରେ ତିରଥ ସିଂ ରାୱତଙ୍କ ସ୍ଥାନରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଧାମି ମୁଖ୍ୟମନ୍ତ୍ରୀ ହେବାକୁ ନେଇ କିଛି ବରିଷ୍ଠ ଭାଜପା ନେତା ଅସନ୍ତୁଷ୍ଟ ଅଛନ୍ତି। ଦଳୀୟ ନେତା ସତ୍ୟପାଲ ମହାରାଜ, ମଦନ କୌଶିକ, ସୁବୋଧ ଉଦୟାଲ, ହରକ ସିଂ ରାୱତ, ବିଶନ ସିଂ ଚୁଫାଲ ଏବଂ ଯଶପାଲ ଆର୍ଯ୍ୟଙ୍କ ଭଳି ନେତା ଉତ୍ତରାଖଣ୍ଡ ଭାଜପା ଏବଂ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି ସକାଳୁ ରୁଦ୍ଧ ଦ୍ୱାର ବୈଠକ ଚାଲିଛି।
ଦଳ ସୂତ୍ର ଅନୁଯାୟୀ, ଉତ୍ତରପ୍ରଦେଶ ଭାଜପା ଦାୟିତ୍ୱରେ ଥିବା ଦୁଷ୍ୟନ୍ତ କୁମାର ଗୌତମ ଏହି ନେତାମାନଙ୍କୁ ଭେଟିଛନ୍ତି, ଯଦି କୌଣସି ଅସୁବିଧା ହୁଏ ତେବେ ଏହାର ସମାଧାନ ହୋଇପାରିବ। କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶର ବରିଷ୍ଠ ନେତା ଧନ ସିଂ ରାୱତ ଏବଂ ନୈନିତାଲ ଏମ୍‌ପି ଅଜୟ ଭଟ୍ଟ ମଧ୍ୟ ସୁବୋଧ ଅନାୟଲଙ୍କ ସହ ସାକ୍ଷାତ କରୁଛନ୍ତି। ଏଥିସହ ସୂଚନାନୁସାରେ କ୍ୟାବିନେଟ ମନ୍ତ୍ରୀ ହରକ ସିଂ ରାୱତ ଏବଂ ସତ୍ୟପାଲ ମହାରାଜଙ୍କ ସହ ମଧ୍ୟ ବୈଠକ ହୋଇଛି ବୋଲି ଜଣାପଡିଛି।

Share