Categories: ଜାତୀୟ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ,୧୮।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏ ନେଇ ଶୁକ୍ରବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ଅଛି। କିନ୍ତୁ ଡାକ୍ତରମାନଙ୍କ ପରାମର୍ଶ ପରେ ସେ ହୋମ ଆଇସୋଲେଶନରେ ଅଛନ୍ତି। ତାଙ୍କ ସହିତ ଯେଉଁମାନେ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ କୋଭିଡ ଟେଷ୍ଟ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Share