Categories: ଜାତୀୟ

ସୋନିଆଙ୍କ ଆଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ପ୍ରଭାବ କଂଗ୍ରେସରେ ଦେଖାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ନୈତିକ ଦାୟିତ୍ୱ ଗ୍ରହଣ କରି ସେ ନିଜ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଗୋଡିଆଲ ଏନେଇ ଟୁଇଟ୍‌ କରି ଲେଖିଛନ୍ତି, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ଇସ୍ତଫା ଦେବାକୁ ଚାହୁଁଥିଲି। କିନ୍ତୁ ହାଇକମାଣ୍ଡଙ୍କ ଆଦେଶକୁ ଅପେକ୍ଷା କରିଥିଲି। ଏହା ପୂର୍ବରୁ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପରାଜିତ ହୋଇଥିବା ସମସ୍ତ ରାଜ୍ୟର ଅଧ୍ୟକ୍ଷମାନଙ୍କଠାରୁ ଇସ୍ତଫା ଦାବି କରିଥିଲେ।

ପ୍ରକାଶ ଯେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ରାଜ୍ୟ ଅଧ୍ୟକ୍ଷମାନଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ପିସିସି ପୁର୍ନଗଠନ ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜଓ୍ବାଲା ମଙ୍ଗଳବାର ସୂଚନା ଦେଇଥିଲେ।

Share