Categories: ଜାତୀୟ

ନକଲି ରେମ୍‌ଡେସିଭିର୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଚଢାଉ

ନୂଆଦିଲ୍ଲୀ,୩୦।୪: ନକଲି ରେମ୍‌ଡେସିଭିର୍‌ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସର ଏକ ଟିମ୍‌ ଚଢାଉ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ। ଉତ୍ତରପ୍ରଦେଶର ହରିଦ୍ୱାର, ରୁଡକୀ ଏବଂ କୋଟୱାରରେ ବେଆଇନ କାରଖାନାଗୁଡ଼ିକରେ ନକଲି ରେମ୍‌ଡେସିଭିର୍‌ର ଉତ୍ପାଦନ କରାଯାଉଥିବାରେ ଖବର ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚ ଚଢାଉ କରିଥିଲା। ପୋଲିସ କହିଛି ଯେ, ଏହି ଲୋକମାନେ ୨୫ ହଜାର ଟଙ୍କାରେ ଏକ ଇଞ୍ଜେକ୍ସନ ବିକ୍ରି କରୁଥିଲେ। ପୋଲିସ ଅଭିଯୁକ୍ତଙ୍କଠାରୁ ୧୯୬ଟି ନକଲି ଇଞ୍ଜେକ୍ସନ ଜବତ କରିଛି। ଏଥିସହିତ ପୋଲିସକୁ ତିନି ହଜାର ଖାଲି ବୋତଲ ମଧ୍ୟ ମିଳିଛି। ପୋଲିସ ପଚରାଉଚରାକୁ ଅଭିଯୁକ୍ତମାନେ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ କରୋନା ରୋଗୀଙ୍କୁ ଦୁଇ ହଜାରରୁ ଅଧିକ ରେମ୍‌ଡେସିଭିର ନକଲି ଇଞ୍ଜେକ୍ସନ ବିକ୍ରି କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବାରେ ବ୍ୟସ୍ତ ଅଛି।

Share