Categories: ଜାତୀୟ

କଂଗେସକୁ ପୁଣି ଝଟ୍‌କା

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। ରବିବାର ଦଳର ଆଉ ଜଣେ ବିଧାୟକ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ଜିଏାର ପୁରୋଲା ଆସନରୁ କଂଗ୍ରେସ ବିଧାୟକ ରାଜକୁମାର ଆଜି ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଭାଜପା ଏମ୍‌ପି ତଥା ଜାତୀୟ ମୁଖପାତ୍ର ଅନୀଲ ବାଲୁନି ଏବଂ ଉତ୍ତରପ୍ରଦେଶ ଭାଜପା ରାଜ୍ୟ ସଭାପତି ମଦନ କୌଶିକ ମଧ୍ୟ ଉପସ୍ଥିତ ଥିଲେ। ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଭାଜପା ପୂର୍ବରୁ ଧନୌଲ୍ଟି ବିଧାନସଭା ଆସନର କଂଗ୍ରେସ ବିଧାୟକ ପ୍ରୀତମ ସିଂ ପାନୱାରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିସାରିଛି। ରାଜକୁମାର ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ନିକଟତର ବୋଲି ବିବେଚନା କରାଯାଏ।

Share