କାମ ଦେଲାନି ଭାଜପା ଲହର: ହାରିଗଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ଉତ୍ତରଖଣ୍ଡରେ ଭାଜପା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି ଖଟିମା ବିଧାନସଭା ଆସନରୁ ହାରିଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କ ୬ ହଜାର ୯୫୧ଟି ଭୋଟରେ ପରାଜିତ ହୋଇଛନ୍ତି। ଧାମି ପୂର୍ବରୁ ୨୦୧୨ ଏବଂ ୨୦୧୭ରେ ଏହି ଆସନରୁ ଜିତିଥିଲେ।
ଜୁଲାଇ ୩,୨୦୨୧ ରେ ତିରଥ ସିଂ ରାୱତଙ୍କ ଇସ୍ତଫା ପରେ ଧାମୀ ଉତ୍ତରାଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୪୫ ବର୍ଷ ବୟସରେ ସେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Share