Categories: ଜାତୀୟ

ଉତ୍ତରାଖଣ୍ଡରେ ଭାଜପାକୁ ଝଟ୍‌କା

ଡେରାଡୁନ,୧୧ ।୧୦: ପାଖେଇ ଆସୁଛି ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ । ଏହି ସମୟରେ ସେଠାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି କୁହାଯାଉଛି । ସୋମବାର ଉତ୍ତରାଖଣ୍ଡର ଭାଜପା ନେତା ୟଶପାଲ ଆର୍ଯ୍ୟ ଓ ତାଙ୍କ ବିଧାୟକ ପୁଅ ସଞ୍ଜିବ ଆର୍ଯ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଏମାନେ କଂଗ୍ରେସ ନେତା ହରିଶ ରାୱତ ଓ କେସି ଭେନୁଗୋପାଳଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଛନ୍ତି । ୟଶପାଲ ଆର୍ଯ୍ୟ ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ଗୋଟିଏ ପଟେ ଉତ୍ତରାଖଣ୍ଡରେ ଆଗକୁ ଅଛି ବିଧାନସଭା ନିର୍ବାଚନ ଅନ୍ୟପଟେ ଭାଜପା ସେଠାରେ ସରକାର ଗଠନ କରିବାକୁ ଚାହିଁ ବସିଛି । ହେଲେ ଏପଟେ ଭାଜପା ନେତା ଦଳ ଛାଡି କଂଗ୍ରେସର ମିଶିବା ପାର୍ଟି ପାଇଁ ଏକ ଧକ୍କା ବୋଲି କୁହାଯାଉଛି ।

Share