Categories: ଜାତୀୟ

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ଗୋଡସେ ଦେଶଭକ୍ତ ଥିଲେ’

ଡେରାଡୁନ,୮।୮:ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସେ ଗୋଡସେଙ୍କୁ ଦେଶପ୍ରେମୀ ବୋଲି କହିଛନ୍ତି। ଏଥିସହ ସେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପରିହାସ କରି କହିଛନ୍ତି, ଗାନ୍ଧୀ ଉପନାମ ବ୍ୟବହାର କଲେ ଗାନ୍ଧୀଙ୍କ ବିଚାରଧାରା କୁହାଯିବ ନାହିଁ।

ବୁଧବାର ବାଲିଆସ୍ଥିତ ପାର୍ଟିର ଜିଲା ମୁଖ୍ୟାଳୟରେ ସେ ଗଣମାଧ୍ୟମକୁ ସମ୍ବୋଦନ କରି କହିଛନ୍ତି, ‘ଗାନ୍ଧିଜୀଙ୍କୁ ହତ୍ୟା କରାଯିବା ଏକ ଭିନ୍ନ ପ୍ରସଙ୍ଗ। ମୁଁ ଯେତେ ଦୂର ଗୋଡସେଙ୍କୁ ଜାଣିଛି ଏବଂ ପଢିଛି, ସେ ଜଣେ ଦେଶପ୍ରେମୀ ଥିଲେ। କିନ୍ତୁ ଗାନ୍ଧିଜୀଙ୍କ ହତ୍ୟାରେ ଆମେ ସହମତ ନୁହେଁ।

Share