Categories: ଜାତୀୟ

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୂତ ହୋଇ ଗଲେଣି । ଏଥର କିନ୍ତୁ ଚାରିଧାମ ଯାତ୍ରାରେ ଆଉ ଶ୍ରଦ୍ଧାଳୁ ଭିଡର ସମ୍ମୁଖୀନ ହେବେ ପାହିଁ । ଏଥିପାଇଁ ରାଜ୍ୟ ସରକାର ଦୈନିକ ସୀମା ନିର୍ଦ୍ଧାରଣ କରିଛନ୍ତି । ବ୍ରଦିନାଥରେ ପ୍ରତିଦିନ ୧୫,୦୦୦, କେଦାରନାଥରେ ୧୨,୦୦୦, ଗଙ୍ଗୋତ୍ରୀରେ ୭,୦୦୦ ଓ ଯମୁନେତ୍ରୀରେ ୪,୦୦୦ ତୀର୍ଥ ଯାତ୍ରୀଙ୍କୁ ଦର୍ଶନ ଅନୁମତି ମିଳିବ । ଏହି ବ୍ୟବସ୍ଥା ୪୫ ଦିନ ପାଇଁ କରାଯାଇଛି । କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ବହୁ ସଂଖ୍ୟାରେ ଲୋକେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ପହଞ୍ଚିବା ଆଶା କରାଯାଉଛି ।

Share