ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା, ଗୋଟିଏ ତୀରରେ ଦୁଇ ଶିକାର…

ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପରିକ ଟୋପି ପିନ୍ଧିଛନ୍ତି। ଏଥିରେ ଉତ୍ତରାଖଣ୍ଡର ରାଜ୍ୟର ଜାତୀୟ ଫୁଲ ବ୍ରହ୍ମକମଳ ଅଙ୍କିତ ହୋଇଛି।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମଣିପୁରର ଗାମୁଛାରେ ବି ବେକରେ ପକାଇଛନ୍ତି। ବିପିନ ରାଓ୍ବତ ଉତ୍ତରାଖଣ୍ଡର ବାସିନ୍ଦା ହୋଇଥିବାରୁ ତାଙ୍କୁ ସମ୍ମାନ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ଏଭଳି ପୋଷାକ ପିନ୍ଧିଥିବା ଚର୍ଚ୍ଚା ହେଉଛି।

ଆଗକୁ ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଏଭଳି କରିଥିବା ମଧ୍ୟ ରାଜନୈତିକ ସମୀକ୍ଷକ କହିଛନ୍ତି।

ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏଭଳି ପୋଷାକ ପିନ୍ଧି ଗୋଟିଏ ତୀରରେ ଦୁଇ ଶିକାର ଯୋଜନା କରିଥିବା ଚର୍ଚ୍ଚା ହେଉଛି।

Share