ଡେରାଡୁନ,୧୦ ।୧: ଉତ୍ତରାଖଣ୍ଡର ଜୋଷୀମଠରେ କ୍ଷତିଗ୍ରସ୍ତ ଘର ଗୁଡିକୁ ଭାଙ୍ଗବା କାମ ମଙ୍ଗଳବାର ହେବାର ଥିଲା । ଅଧିକାରୀମାନେ କହିଥିଲେ ଯେଉଁ କୋଠା କ୍ଷତିଗସ୍ତ ହାଇଛି ଏବଂ ଏହା ଅନ୍ୟ କୋଠା ପାଇଁ ବିପଦ ସାଜିବାକୁ ଯାଉଛି ଏଭଳି କୋଠା ଗୁଡିକ ମାଟିରେ ମିଶାଇ ଦିଆଯାଉ ।
ଜାଷୀମଠ ଅଞ୍ଚଳକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଗୋଟିଏ ବିପଦଶଙ୍କୁଳ, ବଫର ଓ ସମ୍ପୂର୍ଣ୍ଣଭାବେ ସୁରକ୍ଷିତ । ଏହିସବୁ ଜୋନକୁ ମ୍ୟାଗ୍ନିଚ୍ୟୁଡ ଆଧାରରେ ଭୂସ୍ଖଳନର ବିପକୁ ଦେଖି ଜୋନ କରାଯାଇଛି । କୁହାଯାଉଛି କି ଭୂମି ଧସିବା କାରଣରୁ ସେଠାରେ ୬୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଘର ମଧ୍ୟରୁ ଯାହା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସେସବୁକୁ ନଷ୍ଟ କରିଦିଆଯିବାକୁ କୁହାଯାଇଛି ।
ଜୋଷୀମଠର ପ୍ରଭାବିତ ଲୋକ ଅଧିକାରୀଙ୍କ ସାମ୍ନାରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ସେମାନଙ୍କର ଅଭିଯୋଗ ରହିଛି ଯେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇ ନ ଦିଆଯାଇ ଆମର ଘରକୁ ଭାଙ୍ଗି ଦିଆଯାଇଛି ।