ଡେରାଡୁନ,୨୩।୩: ଉତ୍ତରାଖଣ୍ଡ ସରକାରରେ ବୁଧବାର ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଫୋନ୍ ଚୋରି ହୋଇଯାଇଛି। ରାଜଧାନୀ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହରେ ତାଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଜି ଡେରାଡୁନ ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହରେ ମୋ ମୋବାଇଲ ଫୋନ (ଆଇଫୋନ ୧୩) କୌଣସି ସ୍ଥାନକୁ ଖସି ଆସିଛି। ଯଦି ମୋର ଯୋଗାଯୋଗ ନମ୍ବରରୁ କୌଣସି କଲ ଆସେ, ଦୟାକରି ସାବଧାନ ରୁହନ୍ତୁ। ସୌରଭ ସୀତାରଗଞ୍ଜ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଜୟ ବହୁଗଣାଙ୍କ ସାନପୁଅ ହେଉଛନ୍ତି ସୌରଭ।
ସୂଚନାଯୋଗ୍ୟ, ବୁଧବାର ରାଜ୍ୟପାଳ ଗୁରୁମିତ ସିଂ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୮ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ।