Categories: ଜାତୀୟ

ତୃତୀୟ ଲହର ପୂର୍ବରୁ କେତେ ସତର୍କ ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବା ଦରକାର। ଏଥି ନେଇ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚେନାବନୀ ମଧ୍ୟ ଦିଆଯାଇଛି। ଏହାକୁ ଖାତିର କରୁନାହାନ୍ତି ବହୁ ଲୋକେ। ସେମାନଙ୍କ ପାଇଁ ଉଦ୍‌ହାରଣ ସାଜିଛନ୍ତି ଉତ୍ତରାଖଣ୍ଡ ମନ୍ତ୍ରୀ ସ୍ବାମୀ ଯାତିଶ୍ୱରାନନ୍ଦ। ତାଙ୍କର ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସେ ମାସ୍କକୁ ପାଦରେ ଟାଙ୍ଗିଛନ୍ତି।

ଫଟୋରେ କେବଳ ଉତ୍ତରାଖଣ୍ଡର ଭାଜପା ମନ୍ତ୍ରୀ ଯାତିଶ୍ୱରାନନ୍ଦ ମାସ୍କ ପିନ୍ଧି ନ ଥିଲେ, ତାହା ନୁହେଁ। ଫଟୋରେ ଥିବା ଅନ୍ୟ ଦୁଇ ମନ୍ତ୍ରୀ ବିଶନ ସିଂ ଚୋପାଲ ଓ ସୁବୋଦ୍ଧ ୟନିୟାଲଙ୍କ ସମେତ ୪ ଜଣଙ୍କ ମୁହଁରେ ମାସ୍କ ନ ଥିବା ଦେଖିବାକୁ ମିଳିଛି।

ଉକ୍ତ ଫଟୋ ଶେୟାର କରିବା ସହ କଂଗ୍ରେସ ପ୍ରବକ୍ତା ଗାରିମା ଦାସାନି ଲେଖିଛନ୍ତି, ”ଏହା ଦର୍ଶାଉଛି, ଭାଜପା ମନ୍ତ୍ରୀମାନେ ତୃତୀୟ ଲହର ପୂର୍ବରୁ କେତେ ସତର୍କ“।

Share