ସୁଡ଼ଙ୍ଗ ଭିତର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ: କହିଲେ ‘ମୁଢ଼ି ବଞ୍ଚାଇଥିଲା ୧୦ ଦିନ’

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୩୦ା୧୧: ଓଡ଼ିଆ ଶ୍ରମିକ ଧୀରେନ ନାଏକ ଓ ଅନ୍ୟ ୪ ଓଡ଼ିଆଙ୍କ ସମେତ ମୋଟ ୪୧ ଶ୍ରମିକ ସୁଡ଼ଙ୍ଗ ଭିତରୁ ବାହାରକୁ ବାହାରିବା ପରେ ପୁନର୍ଜନ୍ମ ପାଇଥିବା ଅନୁଭବ କରିଛନ୍ତି। ବାହାରର ଆଲୋକ ଦେଖିବା ପରେ ଈଶ୍ୱରଙ୍କୁ ଧୀରେନ ଧନ୍ୟବାଦ ଜଣାଇଛନ୍ତି। ଧୀରେନ କହିଛନ୍ତି ଯେ, ସେ ଅନ୍ୟ ଶ୍ରମିକମାନଙ୍କ ସହ ନଭେମ୍ବର ୧୧ ତାରିଖ ରାତି ୮ଟାରେ ଡ୍ୟୁଟିକୁ ଯାଇଥିଲେ। ସୁଡ଼ଙ୍ଗର ୨ କି.ମି. ଦୂରରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତହିଁ ପରଦିନ ଦୀପାବଳି ଥିବାରୁ ଶୀଘ୍ର କାମ ସାରି ସକାଳେ ଫେରିବାବେଳେ ବାଟ ବନ୍ଦ ହୋଇଯାଇଥିଲା।

ସୁଡ଼ଙ୍ଗ ଭୁଶୁୁଡ଼ି ପଡ଼ିବା ଦେଖି ଅନ୍ଧାର ଭିତରେ ସେମାନେ ଜୀବନ ବଞ୍ଚାଇବାର ରାହା ଖୋଜିଥିଲେ। ଫୋନରେ ଯୋଗାଯୋଗ ସମ୍ଭବ ନ ଥିଲା। ୧୮ଘଣ୍ଟା ଧରି ପର୍ଯ୍ୟାପ୍ତ ଅମ୍ଳଜାନ ପାଇପାରି ନ ଥିଲେ। ତେବେ ଦୁର୍ଘଟଣା ପରେ ସୁଡ଼ଙ୍ଗ ଭିତରେ ପାଣି ଲାଇନ୍‌ କଟି ନ ଥିଲା । ଜୀବନ ବଞ୍ଚାଇବା ପାଇଁ ସୁଡ଼ଙ୍ଗ ଭିତରକୁ ଯାଇଥିବା ପାଣି ପାଇପ୍‌ କାଟି ପ୍ରଥମେ ଚିତ୍କାର କରି ବାହାରକୁ ମେସେଜ ପଠାଇଥିଲେ। ଉକ୍ତ ପାଇପ୍‌ ଯୋଗେ ମୋଟର ଚଳାଇ ପାଣି ଛାଡ଼ିବା ପରେ ବାହାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିଲା। ୧୮ଘଣ୍ଟା ପରେ ପାଣି ପାଇପ୍‌ ମାଧ୍ୟମରେ ଅମ୍ଳଜାନ ଓ ଖାଦ୍ୟ ପାଇଥିଲେ। ପ୍ରଥମେ ମୁଢ଼ିି, କାଜୁ ଓ କିସ୍‌ମିସ୍‌ ପାଇଥିଲେ। ପ୍ରଥମ ୧୦ଦିନ କେବଳ ମୁଢ଼ିରେ ଜୀବନ ବଞ୍ଚାଇଥିଲେ। ପରେ ଏକ ୬ ଇଞ୍ଚର ପାଇପ୍‌ ଯୋଗେ ଭାତ, ରୁଟି, ତରକାରି ପାଇଥିଲେ। ସେମାନେ ସମସ୍ତେ ଏକାଠି ଥିବାରୁ କାହାରି ମନୋବଳ ଭାଙ୍ଗି ନ ଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବା ଶୁଣି ସେମାନେ ଆଶ୍ୱସ୍ତ ହୋଇଥିଲେ। ଦୀର୍ଘ ୫ବର୍ଷ ହେଲା ସେଠାରେ ଆମେ କାମ କରି ଆସୁଛୁ ବୋଲି ଧୀରେନ କହିଛନ୍ତି। ଉଦ୍ଧାର ପରେ ଧୀରେନଙ୍କ ସହ କଥା ହୋଇ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ଈଶ୍ୱରଙ୍କ କୃପାରୁ ଭଲରେ ଭଲରେ ଫେରିଆସିଥିବା କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ କୁହନ୍ତି, ସୁଡ଼ଙ୍ଗ ଭିତରେ ଆମେ ଭଲରେ ଥିଲୁ। ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛୁ। ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବୁ ବୋଲି ସେ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ମୁଣ୍ଡ ନୁଆଁଇବୁ ନାହିଁ..ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୧୦।୪: ଆମେରିକା ଚାଇନା ଉପରେ ୧୦୪ ପ୍ରତିଶତ ଟାରିଫ୍‌ ଲଗାଇବା ପରେ, ଏବେ ଚାଇନା ମଧ୍ୟ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍‌ ଲଗାଇବା ଘୋଷଣା...

କପିଲଙ୍କୁ ନେଇ ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଖ୍ୟାତନାମା କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା ପୁଣି ଚର୍ଚ୍ଚାରେ। ସେ ବି ନିଜର ଚେହେରାକୁ ନେଇ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଥିବା...

ଜିଓର ଜବରଦସ୍ତ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ମାଗଣା ଡାଟା, କଲିଂ, ଲାଇଭ୍‌ ଟିଭି ସହ ୧୧ ଓଟିଟି ସୁବିଧା

ନୂଆଦିଲ୍ଲୀ,୧୦।୪: ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନୁହେଁ ବରଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅନେକ ରିଚାର୍ଜ ପ୍ଲାନ ଅଛି। ଆଜି...

ଓଡ଼ିଆ ପକ୍ଷ ପାଳନରେ ସମ୍ବର୍ଦ୍ଧିତ ହେଲେ ୧୩ କଳାକାର

ପାଟଣା,୧୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଗୁରୁବାର ଓଡ଼ିଆ ପକ୍ଷ ଉପଲକ୍ଷେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟ କ୍ରମରେ ବ୍ଲକର...

ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ୍‌ ତହଉର ରାଣା

ନୂଆଦିଲ୍ଲୀ, ୧୦।୪: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହଉର ହୁସେନ ରାଣା ରାଣାକୁ ଭାରତ ଅଣାଯାଇଛି। ତାଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଗାଡ଼ିଟି ଦିଲ୍ଲୀ...

କାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ୱର,୧୦।୪: କାଲିଠାରୁ ଅର୍ଥାତ ଏପ୍ରିଲ ୧୧ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା। ଏନେଇ ରାଜ୍ୟ ଭାଜପା ସଭାପତି...

ଶାଶୁଶ୍ୱଶୁରଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ ଅଭିଯୋଗ, ସ୍ବାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଶାଶୁ,ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ...

ନୀଳାଦ୍ରିପୁରରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉଗ୍ରରୂପ ନେଲାଣି। ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image