Categories: ଜାତୀୟ

ଗଙ୍ଗୋତ୍ରୀ ରାଜପଥରେ ଭୂସ୍ଖଳନ: ଏମ୍‌ପିର ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଡେରାଡୁନ,୧୧।୭: ଉତ୍ତରଖଣ୍ଡର ଉତ୍ତରକାଶୀ ଜିଲାର ଭଟଓ୍ବାଡି ଅଞ୍ଚଳର ଗଙ୍ଗୋତ୍ରୀରେ ପ୍ରବଳ ବର୍ଷା ମଧ୍ୟରେ ଘଟିଥିବା ଭୂସ୍ଖଳନରେ ୩ଟି ଯାନ ପୋତି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ମଧ୍ୟପ୍ରଦେଶର ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଭଟୱାଡିର ସବ-କଲେକ୍ଟର ଚତର ସିଂ ଚୌହାନ କହିଛନ୍ତି, ସୋମବାର ରାତିରେ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଥିବା ଗଙ୍ଗନାନି ବ୍ରିଜ୍‌ ନିକଟ ପାହାଡରୁ ଭୂସ୍ଖଳନ ଓ ବୋଲ୍ଡର ଖସିପଡିବାରୁ ତିନିଜଣ ଯାତ୍ରୀବାହୀ ଯାନ ତଳେ ପୋତି ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଚୌହାନଙ୍କ ଅନୁଯାୟୀ ଏହି ଘଟଣାରେ ନିହତ ହୋଇଥିବା ଚାରିଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟର ମୃତଦେହ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ମୃତ ସମସ୍ତ ଚାରିଜଣ ମଧ୍ୟପ୍ରଦେଶର ବାସିନ୍ଦା ବୋଲି କୁହାଯାଉଛି।

 

Share