Categories: ଜାତୀୟ

ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ, ବଢିଲା ଶୀତ

ଡେରାଡୁନ,୨୪ ।୧୦: ଉତ୍ତରାଖଣ୍ଡରେ ପାଣିପାଗ ହଠାତ୍ ପରିବର୍ତ୍ତନ ହୋଇଛି । ରବିବାର ସକାଳେ ଏଠାରେ ଶୁଖିଲା ପାଗ ଥିବା ବେଳେ ଅପରାହ୍ନରେ ବର୍ଷା ସହ ତୁଷାର ପାତ ହୋଇଛି । ଫଳରେ ତାପମାତ୍ରା ପାଖାପାଖି ୯ ଡିଗ୍ରୀ କମ୍ ହୋଇ ୨୧ ଡିଗ୍ରୀରେ ପହଞ୍ଚିଯାଇଛି ଓ ଶୀତ ବଢି ଯାଇଛି । ଦିନେ ଦୁଇ ଦିନ ପୂର୍ବରୁ ହୋଇଥିବା ବର୍ଷାରେ ଭୂସ୍ଖଳନ ହେବା ସହ ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ସେଠାରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ବଦ୍ରିନାଥ ଓ କେଦାରନାଥରେ ବରଫ ଜମା ହୋଇଯାଇଥିବା ବେଳେ ଯମୁନୋତ୍ରୀ ଧାମରେ ଏ ବର୍ଷର ପ୍ରଥମ ତୁଷାର ପାତ ହୋଇଛି । ଚାରିଧାମରେ ତୁଷାରପାତ ସହ ଶୀତ ବଢିଥିଲେ ବି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଏପଟେ ଭୂସ୍ଖଳନରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବି ଜାରି ରହିଛି ।

Share