Categories: ଜାତୀୟ

ସୋମବାର ସ୍କୁଲ ବନ୍ଦ

ଡେରାଡୁନ,୧୭ ।୧୦: ପାଣିପାଗ ବିଭାଗ ଅନୁମାନ କରିଛି କି ଆସନ୍ତା ଦିନେ ଦୁଇଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଚେତାବନୀ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସୋମବାର ଗୋଟିଏ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି । ଡେଣାଡୁନ, ହରିଦ୍ୱାର, ଉଦ୍ଧମ ସିଂ ନଗର, ଉତ୍ତରକାଶୀ ଓ ଚମ୍ପାବନଜିଲାର ଜିଲାପାଳଙ୍କୁ ପକ୍ଷରୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦଶ ଦେଇଛନ୍ତି । ଏଥିରେ ଅଙ୍ଗନବାଡି କେନ୍ଦ୍ର ବି ସାମିଲ ଅଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବିଭାଗକୁ ଆଲର୍ଟ ରହିବାକୁ କୁହାଯାଇଛି ।

Share