Categories: ଜାତୀୟ

ସୁଡ଼ଙ୍ଗରୁ ସ୍ବାମୀଙ୍କୁ ସୁରକ୍ଷିତ ଉଦ୍ଧାର ନ କରିବା ଯାଏ ସ୍ଥାନ ଛାଡ଼ି ଯିବି ନାହିଁ

ଉତ୍ତରକାଶୀ,୧୯ା୧୧: ଭୁଶୁଡ଼ିଥିବା ସୁଡ଼ଙ୍ଗ ମଧ୍ୟରୁ ତାଙ୍କ ସ୍ବାମୀ ସୁରକ୍ଷିତ ଉଦ୍ଧାର ନ ହେବା ପର୍ଯ୍ୟନ୍ତ ସ୍ଥାନ ଛାଡ଼ି ଯିବେ ନାହିଁ ବୋଲି ବିହାରରୁ ଆସିଥିବା ରଜନୀ ଟୁଡ଼ୁ(୩୦) କହିଛନ୍ତି। ତାଙ୍କ ସ୍ବାମୀ ବୀରେନ୍ଦର କିସ୍କୁ(୪୦) ୮ ଦିନ ହେଲା ସୁଡ଼ଙ୍ଗ ମଧ୍ୟରେ ଫସି ରହିଛନ୍ତି। ସେବେଠାରୁ ରଜନୀ ଉତ୍ତରକାଶୀ ଯାଇ ସେଠାରେ ଅପେକ୍ଷା କରି ରହିଛନ୍ତି। ସ୍ବାମୀ ଉଦ୍ଧାର ହେବା ପର୍ଯ୍ୟନ୍ତ ସେ ସେଠାରେ ରହିବେ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

Share