Categories: ଜାତୀୟ

ଉତ୍ତରକାଶୀ ହିମସ୍ଖଳନ ମୃତ୍ୟୁସଂଖ୍ୟା ୨୬

ଡେରାଡୁନ୍‌,୮ା୧୦: ଉତ୍ତରକାଶୀ ହିମସ୍ଖଳନ ଘଟଣାରେ ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ମିଳିବା ପରେ ମୋଟ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ବୁଧବାର ୪ ଏବଂ ଗୁରୁବାର ୧୫ ଜଣଙ୍କ ମୃତଦେହ ମିଳିଥିଲା। ଆଉ ୩ ଜଣ ପର୍ବତାରୋହୀ ନିଖୋଜ ଥିବା ଜଣାପଡ଼ିଛି। ନେହେରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନିୟରିଂ (ଏନ୍‌ଆଇଏମ୍‌)ର ୪୧ ଜଣିଆ ଟିମ୍‌ ପର୍ବତାରୋହଣ ପ୍ରଶିକ୍ଷଣରେ ଯାଇ ଫେରୁଥିବାବେଳେ ଗତ ମଙ୍ଗଳବାର ହିମସ୍ଖଳନର ସମ୍ମୁଖୀନ ହୋଇଥିଲେ।

Share