Categories: ଜାତୀୟ

ଅଟକିଲା ଉତ୍ତରକାଶୀ ଟନେଲ ଅପରେଶନ କାମ, ଇନ୍ଦୋରରୁ ମଗାଯାଇଛି ତୃତୀୟ ମେଶିନ

ଉତ୍ତରକାଶୀ,୧୮।୧୧: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲ ଦୁର୍ଘଟଣାର ଶୁକ୍ରବାର ଥିଲା ଷଷ୍ଠ ଦିନ। ଟନେଲରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ଏହା ଭିତରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।
ଦ୍ୱିତୀୟ ଆଗର୍‌ ମେଶିନ ସହିତ ମଧ୍ୟ ଉଦ୍ଧାର କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । ଏହା ସହିତ ଟନେଲରେ ପାଇପ ଲାଇନ ଲଗାଇବା କାମ ମଧ୍ୟ ବନ୍ଦ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଆଗର୍‌ ମେଶିନର ବେୟରିଂ ନଷ୍ଟ ହୋଇଯାଇଛି। ଯେଉଁଥିପାଇଁ ମେଶିନ ପାଇପକୁ ପୁସ କରିବାକୁ ସକ୍ଷମ ହେଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଟନେଲ ଭିତରେ ମାତ୍ର ୨୨ମିଟର ଖନନ କରାଯାଇଛି। ଡ୍ରିଲିଂ ପରେ ଟନେଲରେ ପାଞ୍ଚଟି ପାଇପ ଭର୍ତ୍ତି କରାଯାଇଛି। ବର୍ତ୍ତମାନ, ଇନ୍ଦୋରରୁ ତୃତୀୟ ମେଶିନ ଅଣାଯାଉଛି।
ଏହି ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଧା ରତୁଡି ମଧ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଉପରେ ଅପଡେଟ ନେଇଥିଲେ।

Share