Categories: ଜାତୀୟ

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା: ୧୭ ଦିନର ଅପରେସନ ପରେ ମିଳିଲା ସଫଳତା, ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା

ନୂଆଦିଲ୍ଲୀ,୨୭ା୧୧: ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଉତ୍ତରାଖଣ୍ଡ ସିଲକ୍ୟାରୀ ଟନେଲରୁ ବାହାରୁଛନ୍ତି ଫସିଥିବା ୪୧ ଶ୍ରମିକ। ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ପାଇପ ବାଟଦେଇ ବାହାରକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମୀକଙ୍କୁ ବାହାରକୁ ଆଣିବା ପାଇଁ ପ୍ରାୟ ୩୦ ମିନଟ ସମୟ ଲାଗିପାରେ। ଏନଡିଆରଏଫ ଟିମ ଫସିଥିବା ଶ୍ରମିକ ମାନଙ୍କୁ ଚକ ଲାଗିଥିବା ଷ୍ଟ୍ରେଚର ସାହାଯ୍ୟରେ ବାହାରକୁ ଆଣୁଛନ୍ତି। ବର୍ତ୍ତମାନ କୌଣସି ପ୍ରତିବନ୍ଧକ ନଥିବା ସୂଚନା ମିଳିଛି।

ଉତ୍ତରାଖଣ୍ଡ ମୁଖମନ୍ତ୍ରୀ ପୁସ୍କର ସିଂହ ଧାମୀ ଏକ ଟ୍ୱିଟ୍‌ରେ କହିଛନ୍ତି, “ସିଲ୍କିରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ମିଳିଛି। ଗତ ୧୭ ଦିନ ଧରି ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିଲା। ମଙ୍ଗଳବାର ସନ୍ଧ୍ୟା ୭ଟା ୫ ମିନିଟରେ ପାଇପ ଲଇଁ ଶ୍ରମିକଙ୍କ ନିକଟରେ ପହଞ୍ଚିଥିଲା।

“ବାବା ବାଉଖ ନାଗଜୀଙ୍କ (ଏବଂ) କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ସମସ୍ତ ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ ହେତୁ … ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଲଗାଇବା କାର୍ଯ୍ୟ ସମାପ୍ତ ହୋଇଛି। ଶୀଘ୍ର ସମସ୍ତ ଶ୍ରମିକ ଭାଇମାନଙ୍କୁ ବାହାରକୁ ଆସି ପାରିଛନ୍ତି ବୋଲି ଧାମି ଟ୍ୱିଟ କରିଥିଲେ।

 

Share