ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ଚାଇନର ଶିନଜିୟାଂଗ ଜେଲରେ ମୃତ୍ୟୁ, କାଟୁଥିଲେ ୫ ବର୍ଷର ଜେଲଦଣ୍ଡ

ୱାଶିଂଟନ,୩୧ ।୧୨: ଚାଇନର ଶିନଜିୟାଂଗରେ ଥିବା ଏକ ଜେଲରେ ଦଣ୍ଡ ଭୋଗୁଥିବା ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଫେବୃୟାରୀ ୨ରେ ଲିଭର କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଶିନଜିୟାଂଗରେ ଥିବା ଏକ ଜେଲରେ ୫ ବର୍ଷର ସଜା କାଟୁଥିଲେ । ଉମର ହୁସୈନଙ୍କୁ ମକ୍କା ତୀର୍ଥ ଯାତ୍ରାକୁ ନେଇ ୨୦୧୭ରେ ଗିରଫ କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଉମର ହୁସୈନଙ୍କ ବୟସ ପ୍ରାୟ ୫୫ ବର୍ଷ ଥିଲା । ଚାଇନାର ଦ୍ୱିତୀୟ ସବୁଠାରୁ ବଡ ସହର କୋରଲା ସ୍ଥିତ କରାୟୁଲଘୁନ ମସଜିଦରେ ସେ ହାଟିପ(ଧର୍ମ ପ୍ରଚାରକ) ଥିଲେ । ଚାଇନାର ସବୁଠାରୁ ବଡ ସହର ଶିନଜିୟାଂଗ । ୨୦୧୫ରେ ପବିତ୍ର ମକ୍କା ଯାତ୍ରା କରିବା ପାଇଁ ଇସଲାମ ପାଦ୍ରି ଓ ଅନ୍ୟ ପ୍ରମୁଖ ଉଇଗରଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ସହ ଚାଇନା ଅଧିକାରୀମାନେ ତାଙ୍କୁ ସେପ୍ଟେମ୍ବର ୨୦୧୭ରେ ଗିରଫ କରିଥିଲେ ।

Share