Categories: ଜାତୀୟ

କଫ୍‌ ସିରପ୍‌ ମୃତ୍ୟୁ ମାମଲା: ଫାର୍ମା କମ୍ପାନୀର ୩ଅଧିକାରୀ ଗିରଫ

ନୋଏଡା,୩।୩: ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ହୋଇଥିବା ମୃତ୍ୟୁ ଘଟଣାରେ ନୋଏଡା ସ୍ଥିତ ଏକ ଫାର୍ମା କମ୍ପାନୀର ୩ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଉଜବେକିସ୍ତାନ ଡିସେମ୍ବରରେ ଦାବି କରିଥିଲା ଯେ, ଭାରତୀୟ କଫ୍‌ ସିରପ ଯୋଗୁ ତାଙ୍କ ଦେଶରେ ୧୮ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଫଆଇଆର୍‌ ରୁଜୁ ହୋଇଥିବା ପରେ ଏହି ୩ଜଣଙ୍କୁ ଗିରଫ କରାଯାଇଛି। ଭାରତର ସେଣ୍ଟ୍ରାଲ ଡ୍ରଗ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌ (ସିଡିଏସ୍‌ସିଓ)ର ଡ୍ରଗ ଇନ୍ସପେକ୍ଟର ଏହି ଅଭିଯୋଗ କରିଥିଲେ। ଏଥିରେ ଭାରତୀୟ କମ୍ପାନୀର ମାରିଅନ ବାୟୋଟେକର ଦୁଇ ନିର୍ଦ୍ଦେଶକଙ୍କ ସମେତ ପାଞ୍ଚ ଜଣଙ୍କ ନାମ ରହିଛି।

Share