Categories: ଖେଳ

ପ୍ରଥମ ଗୋଲ୍ଡ ମେଡାଲ୍‌ ଜିତିବା ପରେ କୋଚ୍‌ଙ୍କୁ ହୋଇଥିଲା ହାର୍ଟ ଆଟାକ୍‌, ମିଳିଲା ୪ ସ଼୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୧୧।୦୮: ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସର ଆଜି ଶେଷ ଦିନ। ବିଶ଼୍ବର ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ ଏହି ଅଲିମ୍ପିକ୍ସରେ ଭାଗନେଇ ସ଼୍ବର୍ଣ୍ଣ,ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିବା ସହ ରେକର୍ଡ ମଧ୍ୟ କରିଛନ୍ତି । ଏହି ଅଲିମ୍ପିକ୍ସରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଉଜବେକିସ୍ତାନର ବକ୍ସିଂ କୋଚ୍‌ ତୁଲିକିନ୍‌ କିଲିଚେଭଙ୍କୁ ଗୋଲ୍ଡ ଜିତିବା ଖୁସି ମହଙ୍ଗା ପଡ଼ିଛି । ଉଜବେକିସ୍ତାନର ପ୍ରଶିକ୍ଷକ ତୁଲକିନ କିଲିଚେଭ ପ୍ୟାରିସ ଅଲିମ୍ପିକ୍ସରେ ଦଳର ପ୍ରଥମ ସ଼୍ବର୍ଣ୍ଣ ପଦକ ଜିତିବା ଉତ୍ସବ ପାଳନ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ। ବ୍ରିଟେନର ଟ୍ରେନିଂ କର୍ମଚାରୀଙ୍କ ଦୁଇଜଣ ସଦସ୍ୟ କୌଣସି ପ୍ରକାରେ କିଲିଚେଭଙ୍କୁ ବଞ୍ଚାଇଥିଲେ । ତୁଲକିନ କିଲିଚେଭ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହାପରେ ପ୍ୟାରିସ ଅଲିମ୍ପିକ୍ସରେ ବକ୍ସିଂରେ ଉଜବେକିସ୍ତାନ ୫ଟି ସ଼୍ବର୍ଣ୍ଣ ପଦକ ଜିତିଛି। ୨୦ ବର୍ଷ ମଧ୍ୟରେ ଏହା କୌଣସି ଦଳର ଅଲିମ୍ପିକରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ତୁଲକିନ କିଲିଚେଭଙ୍କ ହୃଦଘାତ ପରେ ଉଜବେକିସ୍ତାନର ବକ୍ସରମାନେ ଗୋଲ୍ଡ ପରେ ଗୋଲ୍ଡ ଜିତିଥିଲେ । ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ କ୍ୟୁବା ୫ଟି ଗୋଲ୍ଡ ମେଡାଲ୍‌ ବକ୍ସିଂରେ ଜିତିଥିଲା । ଉଜବେକିସ୍ତାନ ଏହି ଅଲିମ୍ପିକ ରେକର୍ଡ ସହିତ ସମକକ୍ଷ ହୋଇଛି।

Share