Categories: ବାଣିଜ୍ୟ

ଭି-ମାର୍ଟର ସ୍ବତନ୍ତ୍ର ଦୀପାବଳି କଲେକ୍ସନ

ଭୁବନେଶ୍ୱର,୧୪।୧୧: ଭି-ମାର୍ଟ ରିଟେଲ ଲିମିଟେଡ୍‌ (ଭି-ମାର୍ଟ)ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ‘ଫ୍ୟାଶନ କା ପ୍ୟାର୍‌ ହର୍‌ ତ୍ୟୋହାର’ ସହ ସ୍ବତନ୍ତ୍ର ଦୀପାବଳି କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦିିଓ୍ବାଲି ସେଲିବ୍ରେଶନକୁ ଦ୍ୱିଗୁଣିତ କରିବା ପାଇଁ ଭି ମାର୍ଟ ପକ୍ଷରୁ ବ୍ୟାପକ ପୋଷାକ ସମ୍ଭାର ସହ ଆକର୍ଷଣୀୟ ଅଫର ଓ ରିହାତି ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ଉକ୍ତ କଲେକ୍ସନରେ ଲେଡିଜ୍‌ ଓ ମେନ୍ସ ଓ୍ବେର ସହିତ ଭଳିକି ଭଳି କିଡ୍‌ସ ଓ୍ବେର ଏବଂ ଟ୍ରେଣ୍ଡି ଡିଜାଇନ ଉପଲବ୍ଧ। ସେହିଭଳି ଗ୍ରାହକମାନେ ୨୪୯୯ ଟଙ୍କା କିମ୍ବା ତା’ ଠାରୁ ଅଧିକ ମୂଲ୍ୟରେ କିଣାକିଣି କଲେ ମାତ୍ର ୧୯୯ ଟଙ୍କା ଦେଇ ଏକ ସ୍ମାର୍ଟ ଓ୍ବାଚ୍‌ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ୪୯୯୯ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ କ୍ରୟ ଉପରେ ଗ୍ରାହକ ୧୯୯ ଟଙ୍କା ଦେଇ ଏକ ଷ୍ଟାଇଲିଶ ଡଫଲ ବ୍ୟାଗ୍‌ ପାଇପାରିବେ। ବିଶେଷକରି ଭି ମାର୍ଟର ପାର୍ବଣ ସମ୍ଭାର (ଫେଷ୍ଟିଭ କଲେକ୍ସନ) ସହ ବ୍ୟାପକ ରେଞ୍ଜର ବିକଳ୍ପ ସାମଗ୍ରୀ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଭି-ମାର୍ଟ ଫ୍ୟାଶନ ମାତ୍ର ୯୯ଟଙ୍କାରୁ ଆରମ୍ଭ ହେଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share