Categories: ବାଣିଜ୍ୟ

ଭି-ମାର୍ଟର ଗଣେଶ ଚତୁର୍ଥୀ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ଫ୍ୟାସନ ଓମିନି ରିଟେଲ କମ୍ପାନୀ ଭି-ମାର୍ଟ ପକ୍ଷରୁ ଚଳିତ ବର୍ଷର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ‘ଲଭ ଫର ଫ୍ୟାସନ ଏଭ୍ରି ଅକେଜନ’ ନାମରେ ଏକ ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯାଇଛି। ସେହିଭଳି ଗଣେଶ ପୂଜାକୁ ଆଖି ଆଗରେ ରଖି ଷ୍ଟୋର ପକ୍ଷରୁ ସବୁ ବର୍ଗର ନୂତନ ଉତ୍ପାଦ ଓ ସାମଗ୍ରୀର ଉପଲବ୍ଧ ସାଙ୍ଗକୁ ଅଗଷ୍ଟ ୧୯ରୁ ୩୧ ପର୍ଯ୍ୟନ୍ତ ଏହି ଅଫର ଭି ମାର୍ଟର ସମସ୍ତ ଷ୍ଟୋରରେ ଉପଲବ୍ଧ ହେବ। ବିଶେଷ କରି ଓଡ଼ିଶା, ଆନ୍ଦ୍ର ପ୍ରଦେଶ, ତେଲଙ୍ଗାନା, କର୍ନାଟକ, ଗୋଆ ଏବଂ ପୁନେ ଭଳି ସହରରେ ଥିବା କମ୍ପାନୀର ଷ୍ଟୋରଗୁଡିକରେ ଏହି ଅଫର ଲାଗୁ ହେବ ବୋଲଇ ଭି -ମାର୍ଟ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଭି-ମାର୍ଟର ସିଓଓ ଭିନୀତ ଜୈନ କହିଛନ୍ତି, ଗଣେଶ ପୂଜାରୁ ପାର୍ବଣର ଋତୁର ଆରମ୍ଭ ହୋଇଥାଏ। ଚଳିତ ବର୍ଷର ପାର୍ବଣକୁ ମହାଆଡମ୍ବର ସହକାରେ ଏବେ ଠାରୁ ପାଳନ କରିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଅଭିଯାନ ଓ ଅଫର ଗ୍ରାହକମାନଙ୍କ ପାଇଁ ଘୋଷଣା କରାଯାଇଛି। ଅପରପକ୍ଷରେ ଓଡ଼ିଶା, ଆନ୍ଦ୍ରପ୍ରଦେଶ ଓ କର୍ନାଟକ ଏବଂ ପୂର୍ବ ଭାରତରେ ଥିବା ଷ୍ଟୋରଗୁଡିକ ପାଇଁ ସ୍ବତନ୍ତ୍ର ଅଫର ଓ ସୁବିଧା ସାଙ୍ଗକୁ ଆକର୍ଷଣୀୟ ରହାତି ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି।

Share