Categories: ବାଣିଜ୍ୟ

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୧୦୦୦ରୁ ଅଧିକ ପ୍ରକାର ନୂତନ ଟି-ଶାର୍ଟ ବର୍ଗମାଳା ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ଡିଜାଇନ କରାଯାଇଛି। ସେହିଭଳି ଆକର୍ଷଣୀୟ କଲର ଓ ଡିଜାଇନ ସାଙ୍ଗକୁ ମନଲୋଭା ସଂଗ୍ରହ ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଭି-ମାର୍ଟ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ଚଳିତ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ବ୍ରାଣ୍ଡ୍‌ ପକ୍ଷରୁ ଆକର୍ଷଣୀୟ ସମର କଲେକ୍ସନ ଦେଶର ସମସ୍ତ ଭି-ମାର୍ଟ ଏକ୍ସକ୍ଲୁସିଭ ଆଉଟଲେଟରେ ଉପଲବ୍ଧ ହେଉଛି। ଅପରପକ୍ଷରେ ସମର କଲେକ୍ସନର ସ୍ବତନ୍ତ୍ର ଟି-ଶାର୍ଟ ଉପରେ ଆକର୍ଷଣୀୟ ରିହାତି ଆକାରରେ ଗୋଟିଏ କ୍ରୟ ଉପରେ ଆଉ ଗୋଟିଏ ମାଗଣା ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି।

Share