ରଣବୀରଙ୍କ ସହ କାମ କରି ଖୁସି ଅଛନ୍ତି ବାଣୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ତାଙ୍କ ଅଗାମୀ ଫିଲ୍ମ ‘ଶମଶେରା’ର ରିଲିଜ ପାଇଁ ପ୍ରସ୍ତୁତ ହୋଇଗଲେଣି । ଏହି ମୁଭିରେ ସେ ରଣବୀରଙ୍କ ସହ କାମ କରି ଖୁବ୍ ଖୁସି ଅଛନ୍ତି । ଆଉ ବାଣୀ କୁହନ୍ତି ଫିଲ୍ମର ନିର୍ଦ୍ଦେଶକ କରନ ମାଲହୋତ୍ରା ଜଣେ ଦୂରଦର୍ଶି କାହାଣୀକାର ।
ବାଣୀ କୁହନ୍ତି କରନ ମାଲହୋତ୍ରାଙ୍କ ସହ କାମ କରିବା ମୋ ପାଇଁ ସ୍ୱପ୍ନଠାରୁ କମ୍ ନୁହେଁ । ମୁଁ ଯେ ତାଙ୍କ ଚରିତ୍ର ପାଇଁ ଫିଟ୍ ହେବି ଏହା ସେ ଚିନ୍ତା କରିବା ମୋ ପାଇଁ ବହୁତ କିଛି । ଏପଟେ ଆମ ସମୟର ଜଣେ ଆଗଧାଡିର ନାୟକଙ୍କ ସହ ଅଭିନୟ କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ଧନ୍ୟ । ରଣବୀରଙ୍କ ସହ ଅଭିନୟ କରିବାରେ ରହିଛି ଭିନ୍ନ ଅନୁଭୁତି । ଏହା ବ୍ୟତୀତ ସଞ୍ଜୟ ଦତ୍ତଙ୍କୁ ଏହି ମୁଭିରେ ଜଣେ ଖରତନାକ ଖଳନାୟକ ଭୂମିକରେ ଦେଖିବାକୁ ମିଳିବ । ସଞ୍ଜୟ ଦତ୍ତଙ୍କୁ ଅଗ୍ନିପଥ ସମୟରୁ ବାଣୀ ପସନ୍ଦ କରନ୍ତି ବାଲି କହିଛନ୍ତି । ଆଗକୁ ତାଙ୍କ ଖଳନାୟକ ଚିରିତ୍ର ବି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ବାଣୀ କହିଛନ୍ତି । ଏହାବ୍ୟତୀତ ରଣବୀରଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ଦର୍ଶକେ ନିଶ୍ଚୟ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଅଭିନେତ୍ରୀ । କାଜାର କାଳ୍ପନିକ ସହରରେ ସେଟ, ପିରିୟଡ ଆକ୍ସନରେ ରଣବୀରଙ୍କୁ ଟାଇଟାନିକ ଚରିତ୍ରରେ ଦେଖିବାକୁ ମିଳିବ । ଏଥିରେ ସଞ୍ଜୟ ଦତ୍ତ ରଣବୀରଙ୍କ ଶତ୍ରୁ ଭୂମିକାରେ ନଜର ଆସିବେ ।

Share