Categories: ଜାତୀୟ

ସରକାରୀ ଘର ଖାଲି କର, ଅବସରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ହାଇକୋର୍ଟ ୩ ଜଣ ଅବସରପ୍ରାପ୍ତ କଶ୍ମୀରୀ ଅଧିକାରୀଙ୍କୁ ଶୀଘ୍ର ସରକାରୀ ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ କଶ୍ମୀରୀ ପ୍ରବାସୀ ହୋଇଥିବା ଦାବି କରି ସରକାରୀ ଘରେ ରହିବାକୁ ଅନୁମତି ଲୋଡିଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବେଦଖଲ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍‌ କରିଥିଲେ। ଏହାର ବିଚାର କରି ହାଇକୋର୍ଟ ଅବସରପ୍ରାପ୍ତ ଅଧିକାରୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ବିଚାରପତି ଭି.କାମେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି। ଖଣ୍ଡପୀଠ କହିଥିଲେ ଯେ, ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। ତେଣୁ ଏହାକୁ ଖାରଜ କରାଯାଉଛି।
ଆବେଦନକାରୀମାନେ ୨୦୨୨ ମାର୍ଚ୍ଚ ୩୧ ଅବା ଏହା ପୂର୍ବରୁ ଆବଣ୍ଟିତ ସରକାରୀ ଘର ଖାଲି କରିବାକୁ ଖଣ୍ଡପୀଠ କହିଛନ୍ତିି। ଏନେଇ ଏକ ସପ୍ତାହ ମଧ୍ୟରେ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Share