ରାଉରକେଲା,୯।୭(ସଙ୍ଗୀତା ଜେନା): ଉଦିତନଗରସ୍ଥିତ ରାଉରକେଲା ବିଏସ୍ଏନ୍ଏଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆର୍ଏମ୍ସିର ଫୁଡ୍କୋର୍ଟ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି। ଆରଏମସି ପତ୍ର ସଂଖ୍ୟା ୭୬୯୯/୫.୭.୨୩ ଅନୁଯାୟୀ ନୋଟିସ ପ୍ରକାଶନର ୭ଦିନ ମଧ୍ୟରେ ସ୍ଥାନ ଖାଲି କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ଫୁଡ୍ କୋର୍ଟରେ ପ୍ରାୟ ୪୦ଟି ଅସ୍ଥାୟୀ ଦୋକାନ ରହିଛି। ପ୍ରାୟ ୬ ମାସ ତଳେ ଉଠାଦୋକାନୀଙ୍କୁ ଏଠାରେ ଅସ୍ଥାୟୀ ଦୋକାନ କରିବାକୁ ମୌଖିକ ଭାବେ କୁହାଯାଇଥିଲା। ତେବେ ସେମାନଙ୍କୁ ୬ମାସ ତଳେ ଜାଗା ଛାଡ଼ିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଜାଗା ଛାଡି ନ ଥିଲେ। ତେବେ ପୁଣି ୭ ଦିନ ମଧ୍ୟରେ ଉକ୍ତ ଜାଗା ଛାଡିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି।