ଭୁବନେଶ୍ୱର,୭ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୨୮ ଲକ୍ଷ ୩୧ ହଜାର ୪୩୭ ଜଣ ଟିକା ନେଇସାରିଲେଣି। ଏହାକୁ ମିଶାଇ ରାଜ୍ୟର ଟିକାକରଣ ସଂଖ୍ୟା ୩ କୋଟି ୮୮ ଲକ୍ଷ ୨୫ ହଜାର ୪୮୩ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୨ କୋଟି ୬୩ ଲକ୍ଷ ୧୩ ହଜାର ୯୦୯ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧ କୋଟି ୨୫ ଲକ୍ଷ ୧୧ ହଜାର ୫୭୪ ଜଣ ଦିତୀୟ ଡୋଜ୍ ଟିକା ନେଇଛନ୍ତି।
ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧ କୋଟି ୯୪ ଲକ୍ଷ ୯୦ ହଜାର ୧୪୩ ଜଣ ପୁରୁଷ ଓ ୧ କୋଟି ୯୩ ଲକ୍ଷ ୨୬ ହଜାର ୨୬୭ ଜଣ ମହିଳା ଏହି ଟିକା ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୩ କୋଟି ୪୧ ଲକ୍ଷ ୩ ହଜାର ୯୦୧ ଜଣ କୋଭିଶିଲ୍ଡ ଏବଂ ୪୭ ଲକ୍ଷ ୧୫ ହଜାର ୬୯୪ ଜଣ କୋଭାକ୍ସିନ ଟିକା ନେଇଛନ୍ତି। ସେହିପରି ୧୮ରୁ ୪୪ ବୟସ ବର୍ଗରେ ୨ କୋଟି ୧୩ ଲକ୍ଷ ୯୩ ହଜାର ୧୬୯ ଜଣ, ୪୫ରୁ ୬୦ ବୟସ ବର୍ଗରେ ୧ କୋଟି ୬ ଲକ୍ଷ ୩୫ ହଜାର ୮୪୪ ଓ ୬୦ରୁ ଉଦ୍ଧର୍ବ ବୟସର ୬୭ ଲକ୍ଷ ୯୬ ହଜାର ୪୭୦ ଜଣ ଟିକା ନେଇଛନ୍ତି।
ଗଞ୍ଜାମ ଜିଲାରେ ସର୍ବାଧିକ ୨୨ ଲକ୍ଷ ୩୮ ହଜାର ୭୦୦ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୧୭ ଲକ୍ଷ ୯୦ ହଜାର ୬୯୧ ଜଣ ଦିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ଦେବଗଡ଼ରେ ସର୍ବନିମ୍ନ ୨ ଲକ୍ଷ ୨୫ ହଜାର ୫୧୬ ଜଣ ପ୍ରଥମ ଓ ୬୯ ହଜାର ୨୦୩ ଜଣ ଦିତୀୟ ଡୋଜ୍ ଟିକା ନେଇସାରିଲେଣି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।