ନୂଆଦିଲ୍ଲୀ, ୧୨।୧୨(ପି.ଟି.): ବିକାଶଶୀଳ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କୋଭିଡ୍ ଟିକା ସଂଗ୍ରହ ଓ ପ୍ରଦାନରେ ସହାୟତା ଲାଗି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ୯୦୦ କୋଟି ଡଲାରର ପାଣ୍ଠି ପ୍ରସ୍ତୁତ କରିଥିବା ଶୁକ୍ରବାର କହିଛି। ଏସିଆ-ପାସିଫିକ୍ ଭାକ୍ସିନ୍ ଆକ୍ସେସ୍ ଫାସିଲିଟି (କୋଭାକ୍ସ) ନାମରେ ଏହି ପାଣ୍ଠି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ଏଡିବି ଅଧ୍ୟକ୍ଷ ମାସାସୁଗୁ ଅସାକାଓ୍ବା କହିଛନ୍ତି। ମହାମାରୀରୁ ମୁକ୍ତି ପାଇବାରେ ଏହି ପାଣ୍ଠି ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୧.୪୩ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।