Categories: ଜାତୀୟ

ଦେଶରେ ୧୬୧.୯୨ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆସରିଲାଣି

ନୂଆଦିଲ୍ଲୀ,୨୩ା୧: ସାରା ଦେଶରେ କରୋନା ଭୂତାଣୁ ରେକର୍ଡ ଭାଙ୍ଗି ଚାଲିଛି। ତେବେ ଭାରତରେ ଟିକାକରଣ ଅଭିଯାନ ମଧ୍ୟ ଜୋର୍‌ସୋରରେ ଚାଲିଛି। ଏହି ପର୍ଯ୍ୟାୟରେ, ଭାରତରେ ଟିକାକରଣ ଅଭିଯାନ ଗୋଟିଏ ପଟେ ରେକର୍ଡ ସୃଷ୍ଟି କରିଛି। ଭାରତରେ ଟିକାକରଣ ଅଭିଯାନ ୧୬୧.୯୨ କୋଟି ଅତିକ୍ରମ କରିଛି।

ସୂଚନା ଅନୁଯାୟୀ, ରବିବାର ସକାଳ ୭ଟା ପର୍ଯ୍ୟନ୍ତ ସାରା ଦେଶରେ ୧୬୧.୯୨କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ୧୫ରୁ ୧୮ବର୍ଷ ବୟସର ୪.୧୫ କୋଟିରୁ ଅଧିକ ଟିକା ଦିଆଯାଇଛି।

Share