ଟିକାକରଣ ପ୍ରମାଣପତ୍ରରେ ପୁଣି ରହିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ନୂଆଦିଲ୍ଲୀ, ୨୬।୩ : ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ସହିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୁଣି କରୋନା ଟିକାକରଣ ପ୍ରମାଣପତ୍ରରେ ରଖିବାକୁ ଯୋଜନା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବଂ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବା ଯୋଗୁ ଜାନୁଆରୀ ୮ ରେ ଉତ୍ତରପ୍ରଦେଶ, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଣିପୁରର ଟିକାକରଣ ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଯାଇଥିଲା।

ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଏହି ରାଜ୍ୟଗୁଡିକରେ କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛାପିବା ଆରମ୍ଭ କରିବାକୁ କହିଛନ୍ତି। ଏନେଇ କୋ-ଓ୍ବିନ୍‌ ପ୍ଲାଟଫର୍ମରେ ଆବଶ୍ୟକ ପରିବର୍ତ୍ତନ କରାଯିବ।

Share