ଟିକାକରଣ: ପୃଥିବୀରେ ବୃଦ୍ଧି ପାଇବ ଆର୍ଥିକ-ସାମାଜିକ ପାର୍ଥକ୍ୟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧୨: କରୋନା ମହାମାରୀ ସଂକ୍ରମଣ ଲଢ଼େଇରେ ରୋକ ଲଗାଇବା ପାଇଁ ଏବେ ଟିକାକରଣ କାର୍ଯ୍ୟ ଉପରେ ଜୋର୍‌ ଦିଆଯାଉଛି। ଇତିମଧ୍ୟରେ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ମଧ୍ୟ ହୋଇସାରିଛି। ତେବେ ଧନୀ ଦେଶଗୁଡ଼ିକ ପାଖରେ ସହଜରେ ଟିକା ଉପଲବ୍ଧ ହେଉଥିବା ବେଳେ ଗରିବ ଦେଶଗୁଡ଼ିକ ଟିକା ପାଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି। ଧନୀ ଦେଶଗୁଡ଼ିକ ନିଜ ପାଖରେ ଆବଶ୍ୟକ ପରିମାଣରେ ଟିକା ଠୁଳ କରୁଥିବାବେଳେ ବିକାଶଶୀଳ ଏବଂ ଗରିବ ଦେଶଗୁଡ଼ିକ ଟିକା ପାଇବା ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ଉତ୍ତର ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ପ୍ରର୍ଯ୍ୟାପ୍ତ ପରିମାଣର ଟିକା ସଂଗ୍ରହ ଜାରି ରଖିଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ପୃଥିବୀରେ ଆର୍ଥିକ ଏବଂ ସାମାଜିକ ପାର୍ଥକ୍ୟ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏହାଦ୍ୱାରା ବାର୍ଷିକ ପୃଥିବୀ ୧୫୩ ଶହ କୋଟି ଡଲାରର କ୍ଷତି ସହିବାର ଆଶଙ୍କା ରହିଛି। ଏନେଇ ବ୍ରିଟେନର ସଂକ୍ରାମକ ରୋଗ ବିଶେଷଜ୍ଞ ମାର୍କ ଏକ୍ଲେଷ୍ଟନ୍‌ ଟର୍ନରଙ୍କ ଅନୁସାରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଟିକା ଦିଆ ନ ଯାଇ ଟିକା କିଣିବା କ୍ଷମତା ଆଧାରରେ ଟିକାକରଣ କରାଯିବା ଅତ୍ୟନ୍ତ ଲଜ୍ଜା ଜନକ କଥା। ଭାରତରେ ଟିକା ପ୍ରସ୍ତୁତି ନେଇ ପର୍ଯ୍ୟାପ୍ତ କ୍ଷମତା ରହିଛି। ତେବେ ଏଠାରେ ୨୦୨୪ ପୂର୍ବରୁ ସମସ୍ତଙ୍କୁ ଟିକା ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Share