ଟିକାଦାନ ଏବେ ଭୋଟ୍‌ କେନ୍ଦ୍ରରେ: ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ସରକାର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଧୀରେଧୀରେ ଦିଲ୍ଲୀର କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲୋକଙ୍କ ସୁବିଧା ପାଇଁ ଭୋଟ କେନ୍ଦ୍ରରେ ଟିକାଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଟିକାଦାନ ଅଭିଯାନକୁ ସଫଳ କରିବା ଲାଗି ସରକାରଙ୍କ ପକ୍ଷରୁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ଡୋଜ୍‌ ମିଳିଲେ ରାଜଧାନୀ ଦିଲ୍ଲୀର ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଏକ ମାସ ମଧ୍ୟରେ ଟିକାଦାନ କରାଯିବା କାର୍ଯ୍ୟ ଶେଷ ହେବ ବୋଲି କେଜରିଓ୍ବାଲ କହିଛନ୍ତି। ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କ ୫୭ ଲକ୍ଷ ଲୋକ ଅଛନ୍ତି। ଇତିମଧ୍ୟରେ ୨୭ ଲକ୍ଷଙ୍କୁ ଟିକାଦାନ କରାଯାଇଛି। ଅବଶିଷ୍ଟ ୩୦ ଲକ୍ଷଙ୍କୁ ଆସନ୍ତା ଏକମାସ ମଧ୍ୟରେ ଟିକାଦାନ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି।

Share