୨୨ ଜିଲାରେ ହେବ ୧୮ରୁ ୪୪ବର୍ଗଙ୍କ ଟିକାକରଣ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ଏଥିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏହା କେବଳ ମେ’ ମାସରେ ଆରମ୍ଭ ହୋଇଥିଲେ ବି ମାତ୍ର ୫ଟି ମହାନଗର ନିଗମ ଓ ୬ ଜିଲା ସଦର ମହକୁମା ପୌରାଞ୍ଚଳ ଓ ଏନ୍‌ଏସିରେ ଟିକାକରଣ ଚାଲିଥିଲା। ଏବେ ଏହା ଅଧିକ ଜିଲାକୁ ସମ୍ପ୍ରସାରିତ କରାଯାଇଛି। ଆଉ ୨୨ଟି ଜିଲା ସଦର ମହକୁମା ପୌରାଞ୍ଚଳ ଓ ଏନ୍‌ଏସିକୁ ସମ୍ପ୍ରସାରିତ କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ, ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚଳିତ ମାସରେ ରାଜ୍ୟକୁ ୬,୪୫,୭୯୦ ଡୋଜ୍‌ କୋଭିଶିଲ୍ଡ ଟିକା ଆସୁଛି। ପ୍ରଥମ ଡୋଜ୍‌ ପାଇଁ ଜିଲାଗୁଡ଼ିକୁ ନିଜ ନିଜର ଆବଶ୍ୟକତା ଅନୁସାରେ ଏହି ଟିକା ବଣ୍ଟନ କରାଯିବ। ଫଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଦେବା ସହଜ ହେବ ବୋଲି ଚିଠିରେ ଦର୍ଶାଯାଇଛି।

Share