ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ ଗୁରୁବାର ପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୫,୯୩,୪୨୭ ଜଣଙ୍କୁ ଏହି ଟିକା ଦିଆ ସରିଛି । ଏହାସହ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ୧୩ ଫେବୃୟାରୀରୁ ଆରମ୍ଭ ହେବ । ତେବେ ୪୬ ଲକ୍ଷ ଟିକା ଦେବା ପରେ ପାୟ ୧,୧୫୦ ଜଣଙ୍କ ମଧ୍ୟରେ ଜଣଙ୍କ ନିକଟରେ ଏହାର ବିପରିତ ପ୍ରଭାବ ଦେଖାଯାଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ଟିକା ନେବା ପରେ କାହାର ମୃତ୍ୟୁ ହୋଇଥିବା ଦେଖାଯାଇ ନାହିଁ । ତେଣୁ କୁହାଯାଉଛି କି କରୋନା ଟିକା ସୁରକ୍ଷିତ ରହିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ୯୭ ପ୍ରତିଶତରୁ ଅଧିକ ଲୋକ ଟିକା ନେବା ପରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା ପ୍ରକାଶ କରିଛନ୍ତି । ତେବେ ଟିକା ନେଇଥିବା ପ୍ରାୟ ୩୭ ଲକ୍ଷ ଲୋକଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ୫,୧୨,୧୨୮ ଜଣ ଉତ୍ତର ଦେଇଥିଲେ । ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ ଇମୁନାଇଜେଶନ(ଏଇଏଫ୍‌ଆଇ)ର ସୂଚନା ଅନୁଯାୟୀ, ଟିକା ନେବା ପରେ ୮,୫୬୩ ଜଣ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ଆଉ ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Share