୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଦ୍ୱିତୀୟ ଲହରକୁ ନେଇ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ଏଭଳି ପରସ୍ଥିତିରେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମେ’ ୧ରୁ ମାଗଣା ଟିକାକରଣ ନେଇ ଘୋଷଣା ହୋଇଥିଲା। ଏହା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ମାତ୍ର ଏବେ ରାଜ୍ୟବାସୀଙ୍କୁ ଏକ ଝଟକା ଲାଗିଛି । ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏପରି ଆଶଙ୍କା ପ୍ରକଟ କରିଛନ୍ତି।
ଏ ନେଇ ସେ କହିଛନ୍ତି ମେ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା କ୍ଷୀଣ । ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ହୋଇପାରେ । କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ । ଟିକା ଉପଲବ୍ଧ ହେବା ପରେ ଟିକା ଦିଆଯିବ।

Share