୨୧ରୁ ରାଜଧାନୀରେ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜଧାନୀରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବା ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

କ୍ୟାପିଟାଲ ହସ୍ପିଟାଲ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍‌ସି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ। ସପ୍ତାହରେ ଦୁଇ ଦିନ ଅର୍ଥାତ୍‌ ବୁଧବାର ଓ ଶନିବାର ଏହି ଟିକା ଦିଆଯିବ। ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ।

Share