ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ ପତ୍ରକୁ ହିତାଧିକାରୀମାନେ ବ୍ୟବହାର କରିବା ପାଇଁ ବ୍ୟବସ୍ଥା ରହିଛି। ନିକଟରେ ୟୁନିକ୍‌ ଡିଜାବିଲିଟି ଆଇଡେଣ୍ଟିଫିକେଶନ କାର୍ଡ(ୟୁଡିଆଇଡି)କୁ ମଧ୍ୟ ସାମିଲ କରାଯାଇଥିଲା। ଏବେ ଏଥିରେ ରାଜ୍ୟ ସରକାର ରାଶନ କାର୍ଡକୁ ମଧ୍ୟ ସାମିଲ କରିଛନ୍ତି। ରାଶନ କାର୍ଡରେ ନାମ, ଲିଙ୍ଗ, ଫଟୋ ଏବଂ ବୟସ ରହିଥିବାରୁ ଏହାକୁ ଟିକାକରଣ ସମୟରେ ପରିଚୟପତ୍ର ଭାବେ ବ୍ୟବହାର କରିହେବ। ଏହା ବିପିଏଲ୍‌ ବା ଅନ୍ତ୍ୟୋଦୟ ବର୍ଗର ହିତାଧିକାରୀଙ୍କୁ ମଧ୍ୟ ସହଯୋଗ କରିବ। ତେଣୁ ପ୍ରୋଗ୍ରାମ ଅଫିସର, ମ୍ୟାନେଜର, ଭ୍ୟାକ୍ସିନେଟରଙ୍କୁ ଏ ସମ୍ପର୍କରେ ଜଣାଇଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

Share