ଭାକ୍ସିନ୍‌ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ସୋସିଆଲ ମିଡ଼ିଆରେ କରୋନା ଭାକ୍ସିନ୍‌ ନେଇ ନାନା ପ୍ରକାର ଅପପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି। ଭାକ୍ସିନ୍‌ ନେଲେ ପ୍ରଜନନ କ୍ଷମତା ହ୍ରାସ ପାଇବ ବୋଲି ହେଉଥିବା ମିଥ୍ୟା ପ୍ରଚାର ନେଇ କେନ୍ଦ୍ର ସରକାର ମୁହାଁ ଖୋଲିଛନ୍ତି। ସରକାର ଏହାକୁ ଖଣ୍ଡନକରିଛନ୍ତି। ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଖବର ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାକ୍ସିନ୍‌ର ସମସ୍ତ ପରୀକ୍ଷା ଭଲ ଭାବେ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସୁରକ୍ଷିତ ଥିବାରୁ ଏବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ମଧ୍ୟ ଦିଆଯିବା ନେଇ ଗୁରୁତ୍ୱାରୋପ କରାଯାଉଛି। ଏହା ଦ୍ୱାରା ଗର୍ଭସ୍ଥ ସନ୍ତାନ ଏବଂ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡୁଥିବା ପରୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share