ବାତ୍ୟା ପାଇଁ ଭୁବନେଶ୍ୱରରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୨୬।୫ (ବ୍ୟୁରୋ):ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ୨୬ ତାରିଖ ବୁଧବାର ଭୁବନେଶ୍ୱରରେ ହେବାକୁ ଥିବା ଟିକାକରଣ ବନ୍ଦ ରହିବ। ଏହିଦିନ ପାଇଁ ସ୍ଳଟ୍‌ ବୁକିଂ କରିଥିବା ହିତାଧିକାରୀମାନେ ଆସନ୍ତା ୨୯ ତାରିଖରେ ଟିକା ନେଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବୁଧବାରଠାରୁ ୩ଦିନ ଟିକାକରଣ ବନ୍ଦ ରହୁଥିବାରୁ ଲୋକମାନେ ଅଯଥାରେ ଟିକାକରଣ ସ୍ଥାନକୁ ଆସି ଭିଡ ନ କରିବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ରାଜଧାନୀର ୨୮ ଟିକା କେନ୍ଦ୍ର ସହ ୫ ସ୍ଥାନରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ କାର୍ଯ୍ୟକ୍ରମ ଜାରି ରହିଛି। ପୂର୍ବାହ୍ନରେ ୧୮ରୁ ୪୪ବର୍ଷର ବ୍ୟକ୍ତିମାନେ ଟିକା ନେଉଥିବାବେଳେ ଅପରାହ୍ନରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯାଉଛି।

Share