ଦିଲ୍ଲୀରେ ଟିକାକରଣ ବନ୍ଦ

ନୂଆଦିଲ୍ଲୀ, ୨୩।୫: ଦିଲ୍ଲୀରେ ଭାକ୍ସିନ ଅଭାବରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମକୁ ଶନିବାରଠାରୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଦିଲ୍ଲୀରେ ସମସ୍ତଙ୍କୁ ଟିକା ଦେବା ପାଇଁ ୮୦ ଲକ୍ଷ ଡୋଜ୍‌ର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ବିଦେଶରୁ ଟିକା କିଣି ତୁରନ୍ତ ଯୋଗାଇଦେବାକୁ କେଜ୍‌ରିଓ୍ବାଲ ଦାବି କରିଛନ୍ତି। ଅନେକ ଦେଶ ପାଖରେ ଆବଶ୍ୟକତାରୁ ବଳକା ଟିକା ରହିଛି। ସେମାନଙ୍କୁ ଟିକା ଯୋଗାଇବା ପାଇଁ ଅନୁରୋଧ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି।

Share