୩ ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ପୋଲିଓ ପାଇଁ ବନ୍ଦ ରହିବ କୋଭିଡ୍‌ ଟିକାକରଣ । ଦିନେ କି ଦୁଇ ଦିନ ନୁହେଁ ୩ ଦିନ ଟିକାକରଣ ବନ୍ଦ ରହିବ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି ।
ତାଙ୍କ ସୂଚନାନୁଯାୟୀ, ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଯେଉଁ ସ୍ବାସ୍ଥ୍ୟ କର୍ମୀ ଟିକା ନେଇଥିଲେ ସେମାନେ ଗୁରୁବାରଠାରୁ ଟିକା ନେଉଛନ୍ତି । ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୦୫୮୮ ଜଣ ଟିକା ନେଇଛନ୍ତି । ଟିକା ନେବାକୁ ଆହୁରି ୧ ଲକ୍ଷ ୪୪ ହଜାର ୬୪୨ ଜଣ ବାକି ଅଛନ୍ତି । ତେବେ ପଲ୍‌ସ ପୋଲିଓ ୩୧ ଜାନୁଆରୀରୁ ଫେବୃଆରୀ ୨ ଯାଏ ଚାଲିବ । ଏଥିପାଇଁ ୩ ଦିନ କୋଭିଡ୍‌ ଟିକାକରଣ ବନ୍ଦ ରହିବ । ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଶେଷ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Share