ଚିନ୍ତା ବଢାଉଛି ଡିପଥେରିଆ ସଂକ୍ରମଣ, ଆଜିଠୁ ବୁଷ୍ଟର ଡୋଜ ଟିକାକରଣ, ଏହିମାନେ ନେଇପାରିବେ ଟିକା

ଭୁବନେଶ୍ୱର,୧୯।୬: ଓଡ଼ିଶାରେ ଡିପଥେରିଆ ସଂକ୍ରମଣ ଚିନ୍ତା ବଢାଉଛି। ଗୋଟିଏ ପରେ ଗୋଟିଏ ଜିଲାକୁ ମାଡ଼ି ଚାଲିଛି ଏହି ରୋଗ। ରାୟଗଡା ପରେ ଏବେ କୋରାପୁଟ ଓ କଳାହାଣ୍ଡି ଜିଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

ଡିପଥେରିଆ ସଂକ୍ରମଣରେ ବ୍ରେକ ଲଗାଇବାକୁ ଆଜିଠୁ ରାୟଗଡା ଜିଲା କାଶୀପୁର ବ୍ଲକରେ ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହେବ । ୧ ବର୍ଷରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ।

Share