ତୈଳ, ଗ୍ୟାସ ବିତରଣକାରୀଙ୍କୁ ଟିକା

ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ଆୟୋଜିତ ୭ଦିନିଆ ‘କୋଭିଡ୍‌-୧୯ ଟିକାକରଣ ଶିବିର’କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଉଦ୍‌ଘାଟନ କରିଛନ୍ତି । ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ କରୁଥିବା କୋଭିଡ୍‌ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଏହାର ଉଦ୍ଦେଶ୍ୟ। ଇଣ୍ଡିଆନ ଅଏଲର ଚନ୍ଦ୍ରଶେଖରପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ଶିବିରରେ ପ୍ରତିଦିନ ୨୦୦ ଡୋଜ୍‌ ଟିକାଦେବା ପାଇଁ ଯୋଜନା କରାଯାଇଛି। ଇଣ୍ଡିଆନ ଅଏଲ ନିଜସ୍ବ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Share