୧୫ରେ ଗର୍ଭବତୀଙ୍କୁ ଟିକା : ଛିଡ଼ା ହେବାକୁ ପଡ଼ିବନି ଧାଡ଼ିରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ଗର୍ଭବତୀମାନଙ୍କ ପାଇଁ କରୋନା ଟିକା ବିପଦ ନୁହେଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ। ଶୁକ୍ରବାର ଏ ନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଅପରପକ୍ଷେ ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ , ଟିକା ନେବାକୁ ଆସିବାକୁ ଥିବା ଗର୍ଭବତୀଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷାଳୟ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ପ୍ରଥମେ ସେମାନଙ୍କୁ ସଚେତନ କରାଯିବ । ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ଟିକା ନେବା ପରେ ସେମାନଙ୍କ ଉପରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହଥିଲେ।

Share